ବ୍ରାହ୍ମଣୀ ଗାଁ,ଏନ୍ଏନ୍ଏସ୍: ଦାରିଙ୍ଗବାଡ଼ି ହିଲଭିୟୁ ଠାରେ ଓଡ଼ିଶା ସରକାରଙ୍କ ମିଲେଟ ମିଶନ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସହାୟତାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜାଗୃତିର ପକ୍ଷରୁ ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ତତ୍ତ୍ୱାବଧାନରେ ୨ ଦିନିଆ ପୁଷ୍ଟିକର କ୍ଷୁଦ୍ରଶସ୍ୟ ଖାଦ୍ୟ ମେଳା ଶୁଭ ଉଦଘାଟନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ସରପଞ୍ଚ ରାଧାକାନ୍ତ ପ୍ରଧାନ, ସମ୍ମାନୀୟ ଅତିଥିଭାବେ ବ୍ଲକ କୃଷି ଅଧିକାରୀ ବୃନ୍ଦାବନ ବେହେରା, ସହକାରୀ କୃଷି ଅଧିକାରୀ କ୍ଷୀତିଶ ବିଳାଶ ବେହେରା, ଉଦ୍ୟାନ ସହକାରୀ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ମଲ୍ଲିକ, ଏଟିଏମ ଅରୁଣ କୁମାର ପଟ୍ଟନାୟକ ଯୋଗଦେଇ ମିଲେଟ ମିଶନ ପ୍ରକଳ୍ପରେ କାର୍ଯ୍ୟ ଚାଲିଥିବା ପୁଷ୍ଟିକର କ୍ଷୁଦ୍ରଶସ୍ୟ ଖାଦ୍ୟ ମେଳା ସମ୍ପର୍କରେ ଆଲୋଚନା କରି ଜନସାଧାରଣଙ୍କୁ ସଚେତନ କରିଥିଲେ।
ଏଥିରେ ବ୍ଲକ ଅଞ୍ଚଳର ଜନସାଧାରଣ ଓ ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକଙ୍କୁ ଖାଦ୍ୟ ମେଳାରେ ପୁଷ୍ଟିକର କ୍ଷୁଦ୍ରଶସ୍ୟ ଖାଦ୍ୟ ପ୍ରଦାନ କରିଥିଲେ। ଏହାକୁ ଗ୍ରହଣ କରିଥିବା ପର୍ଯ୍ୟଟକ ମାନେ ଖୁସି ଅନୁଭବ କରିବା ସହ ପ୍ରଶଂସା କରିଥିଲେ। ଏହି ଖାଦ୍ୟ ମେଳା ଆସନ୍ତାକାଲି ଉଦଯାପିତ ହେବ। ଏହାକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜାଗୃତିର ଓଡ଼ିଶା ମିଲେଟ ମିଶନ ପ୍ରକଳ୍ପର ସମସ୍ତ କର୍ମଚାରୀ ସହିତ ଜାଗୃତି ଅନୁଷ୍ଠାନର ସମସ୍ତ କର୍ମୀ ସହଯୋଗ କରି ସଫଳ କରିଥିଲେ।