ଭାରତ ନିର୍ମିତ ହେଲିପାକ୍ଟର, ଡ୍ରୋନ ଓ ଅତ୍ୟାଧୁନିକ ଇଲୋକ୍ଟ୍ରୋନିକ୍ସ ଯୁଦ୍ଧାସ୍ତ୍ରକୁ ସୋନକୁ ହସ୍ତାନ୍ତର କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ନିର୍ମିତ ହେଲିକାପ୍ଟର, ଡ୍ରୋନ ଓ ଅତ୍ୟାଧୁନିକ ଇଲୋକ୍ଟ୍ରୋନିକ୍ସ ଯୁଦ୍ଧାସ୍ତ୍ରକୁ ଭାରତୀୟ ସେନାକୁ ହସ୍ତାନ୍ତର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍ତରପ୍ରଦେଶର ଝାନ୍ସି ଠାରେ ୩ ଦିନିଆ ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ ଆଜିଠୁ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ସେନା ମୁଖ୍ୟକୁ ହସ୍ତାନ୍ତର କରିବେ।

ସରକାରୀ ସୂଚନା ଅନୁସାରେ ଭାରତୀୟ ସଂସ୍ଥା ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋମ୍ବାଟ ହେଲିକାପ୍ଟର ବାୟୁ ସେନା ମୁଖ୍ୟଙ୍କୁ ହସ୍ତାନ୍ତର କରିବେ ମୋଦୀ। ଏଥିସହିତ ଭାରତ ନିର୍ମିତ ଡ୍ରୋନ ଓ ୟୁଏଭି ଗାଡ଼ିଗୁଡ଼ିକୁ ଭାରତୀୟ ସେନା ମୁଖ୍ୟଙ୍କୁ ହସ୍ତାନ୍ତର କରାଯିବ। ସେହିପରି ଯାହାଜ ପାଇଁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅତ୍ୟାଧୁନିକ ଇଲୋକ୍ଟ୍ରୋନିକ୍ସ ଯୁଦ୍ଧାସ୍ତ୍ରକୁ ନୌସେନା ମୁଖ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

ଏହା ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଆତ୍ମ ନିର୍ଭର ଭାରତକୁ ପ୍ରୋତ୍ସାହନ ମିଳିବ ବୋଲି କୁହାଯାଇଛି। ଅନ୍ୟପଟେ ଝାନ୍ସି ଠାରେ ଆଣ୍ଟି ଟ୍ୟାଙ୍କ ଗାଇଡ କ୍ଷେପଣାସ୍ତ୍ର ପାଇଁ ପ୍ରପ୍ୟୁଲ୍ସନ ସିଷ୍ଟମ ତିଆରି କରିବା ପାଇଁ ପ୍ରଧାନମନ୍ତ୍ରୀ ୟୁପି ଡିଫେନ୍ସି ଇଣ୍ଡଷ୍ଟ୍ରିଆଲ କରିଡରରେ ୪୦୦ କୋଟି ପ୍ରକଳ୍ପର ମୂଳଦୁଆ ପକାଇବେ।