୨୦୨୪ରେ ମାଲକାନଗିରି ଏୟାରପୋର୍ଟ କାର୍ଯ୍ୟକାରୀ

କୋରାପୁଟ: ମାଲକାନଗିରି ଏୟାରପୋର୍ଟ ୨୦୨୪ ଜାନୁଆରୀ ସୁଦ୍ଧା କାର୍ଯ୍ୟକାରୀ ହେବ । ଏନେଇ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି । ଏୟାରପୋର୍ଟ ପାଇଁ ୭୪ ଏକର ସରକାରୀ ଓ ୧୨୬ ଏକର ଘରୋଇ ଜମି ଲାଗିବ । କେବଳ ଏତିକି ନୁହେଁ, ୩୩ ଏକର ଜଙ୍ଗଲ ଜମି ମଧ୍ୟ ଆବଶ୍ୟକ ପଡ଼ିବ । ୫୪ ପରିବାର ବିସ୍ଥାପିତ ହେବେ ଏବଂ ସେମାନଙ୍କୁ ବାସଗୃହ ଯୋଗାଇ ଦିଆଯିବ ।