ବିଏସ୍‌ଏଫ୍‌ର ଭାସମାନ ବର୍ଡର ପୋଷ୍ଟ ଓ ବୋଟ ଆମ୍ବୁଲାନ୍ସର କଲେ ଉଦଘାଟନ

କୋଲକାତା,ଏଜେନ୍ସି: ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ୨୪ ପ୍ରଗଣା ଅନ୍ତର୍ଗତ ସୁନ୍ଦରବନ ଏରିଆର ହିଙ୍ଗଲଗଞ୍ଜରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଏକ ଭାସମାନ ବର୍ଡର ପୋଷ୍ଟକୁ ଉଦଘାଟନ କରିଛନ୍ତି। ସେହିପରି ଉକ୍ତ ସ୍ଥାନରେ ଏକ ବୋଟ ଆମ୍ବୁଲାନ୍ସ ସେବାକୁ ମଧ୍ୟ ଶାହ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ୨୦୨୧ ବିଧାନସଭା ନିର୍ବାଚନ ପରେ ଏହା ଶାହଙ୍କ ପ୍ରଥମ ପଶ୍ଚିମବଙ୍ଗ ଗସ୍ତ।

ଆଜି ୨ ଦିନିଆ ବେଙ୍ଗଲ ଗସ୍ତରେ କୋଲକାତାରେ ପହଞ୍ଚି ପ୍ରଥମ କାର୍ଯ୍ୟକ୍ରମ ଭାବେ ସେ (ବିଏସ୍‌ଏଫ୍) କ୍ୟାମ୍ପରେ ସାମିଲ ହୋଇଥିଲେ। ଏହାପରେ ସେଠାରେ ଆଉ କିଛି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଶାହ ସାମିଲ ହୋଇଥିଲେ। ଭାସମାନ ବର୍ଡର ପୋଷ୍ଟ ବ୍ୟବସ୍ଥା ଫଳରେ ଉକ୍ତ ଅଞ୍ଚଳରେ ସୁରକ୍ଷା ଓ ପାଟ୍ରୋଲିଂକୁ କଡାକଡି କରାଯାଇ ପାରିବ। ଉକ୍ତ ଅଞ୍ଚଳ ଏକ ବିଚ୍ଛିନ୍ନାଞ୍ଚଳ ହୋଇଥିବା ଯୋଗୁଁ ଏହି ବୋଟ ଆମ୍ବୁଲାନ୍ସ ସେବା ମଧ୍ୟ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର ପାଇଁ ବେସ ସହାୟକ ହୋଇପାରିବ ବୋଲି ଶାହ କହିଛନ୍ତି।