କିରୋସିନ ଚାଳିତ ଏକ ଘରୋଇ ବସ୍‌କୁ ଜବତ କଲା ଖାଉଟି ବିଭାଗ

ବାଲିଗୁଡା,ଏନ୍ଏନ୍ଏସ୍: ଏକ ଘରୋଇ ବସ ଜୁବଲି ନାମକ ବସ୍‌ ନଂ- ଓଆର୍‌-୧୨ଏ-୫୬୫୬ ନାମକ ବସଟି କିରୋସିନ ପକାଇ ଗାଡି ଚଲାଉଥିବା ଅଭିଯୋଗ ହେଇଆସୁଥିଲା। ଆଜି ଖାଉଟି ଓ ଯୋଗାଣ ବିଭାଗ ବସ୍‌ ଷ୍ଟାଣ୍ଡକୁ ଦିବା ୧୨ଟା ସମୟରେ ଯାଇ ଏହି ଗାଡି ଉପରେ ଚଢଉ କରିଥିଲେ। ଚଢଉ କରିବା ସମୟରେ ଗାଡିରେ ଥିବା ତେଲଟାଙ୍କିରୁ କିରୋସିନ ବାହାରିଥିଲା। ଟାଙ୍କି ଭିତରୁ ୩୫ ଲିଟର କିରୋସିନ ବାହାରିଥିଲା। ଏହାପରେ ଗାଡିକୁ ଜବତ କରି ଥାନାକୁ ଅଣାଯାଇଛି। ଏହି ଚଢଉ ସମୟରେ ବାଲିଗୁଡା ଅତିରିକ୍ତ ଜିଲ୍ଲାପାଳ ମାନସ ରଞ୍ଜନ ମଳିକ ଓ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।