ଶିକ୍ଷା ବିଭାଗରେ ବଡ଼ କେଳେଙ୍କାରୀ, ପରୀକ୍ଷା ଦେଉନାହାନ୍ତି ୪୬ ହଜାର ପରୀକ୍ଷାର୍ଥୀ

କଟକ,ଏନ୍ଏନ୍ଏସ୍: ଶିକ୍ଷା ବିଭାଗରେ ବଡ଼ କେଳେଙ୍କାରୀ। ମାଟ୍ରିକ ପରୀକ୍ଷାରେ ୪୬ ହଜାର ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ଖୋଲିଲା ଶିକ୍ଷା କେଳେଙ୍କାରୀର ଗୁମର। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ମାଧ୍ୟମିକ ଶିକ୍ଷା ପରିଷଦ ବିରୋଧରେ। ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ଦେଖାଇ ସରକାରୀ ସୁବିଧା ହାତେଇବାକୁ କରାଯାଇଛି ଷଡ଼ଯନ୍ତ୍ର। ସ୍କୁଲ୍‌ ସ୍ବୀକୃତି ବଜାୟ ରଖିବାକୁ ମିଛ ନାଁରେ କରାଯାଇଛି ଫର୍ମ ଫିଲ୍ଅପ୍।

ଅନ୍ୟପଟେ ବିଦ୍ୟାଳୟ ସମ୍ମିଶ୍ରଣ ଏବଂ ଗ୍ରାଣ୍ଡ ଇନ ଏଡ଼ ପାଇବା ପାଇଁ ଏଭଳି ଚଞ୍ଚକତା କରାଯାଇଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ଶିକ୍ଷାବିତ। ତେବେ କୁଆଡେ ଗଲେ ଏହି ୪୬ ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ? ମାଟ୍ରିକ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରି ଛାତ୍ରଛାତ୍ରୀ କାହିଁକି ଦେଲେନାହିଁ ପରୀକ୍ଷା ? କେତେ ଛାତ୍ରଛାତ୍ରୀ ବର୍ତ୍ତମାନ ସୁଦ୍ଧା ପରୀକ୍ଷା ଦେଇନାହାନ୍ତି ତା’ର ପ୍ରକୃତ ସଂଖ୍ୟା କାହିଁକି ଲୁଚାଉଛି ବୋର୍ଡ଼ ? ସାଧାରଣରେ ଏପରି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।