ଦେଶରେ ପ୍ରଥମ ଥର ବିନା ଡ୍ରାଇଭରରେ ଚାଲିବ ମେଟ୍ରୋ, ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଦିଲ୍ଲୀ ମେଟ୍ରୋର ମେଜେଣ୍ଟା ଲାଇନରେ ଭାରତର ପ୍ରଥମ ଡ୍ରାଇଭର ବିହୀନ ମେଟ୍ରୋ ସେବା ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ଣ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ। ଏଥି ସହିତ ଆଧୁନିକ ପ୍ରଯୁକ୍ତିବଦ୍ୟାର ବ୍ୟବହାରରେ ଭାରତରେ ପରିବହନ ଓ ଗମନାଗମନର ଏନ ନୂତନ ଯୁଗ ଆରମ୍ଭ ହୋଇଯିବ।

ସୂଚନାନୁଯାୟୀ, ୩୭ କିଲୋମିଟର ଲମ୍ବ ମେଜେଣ୍ଟା ଲାଇନରେ ଜନକପୁରୀ ପଶ୍ଚିମରୁ ବଟାନିକାଲ ଗାର୍ଡେନ ମଧ୍ୟରେ ଏହି ଚାଳକ ବିହୀନ ମେଟ୍ରୋ ଟ୍ରେନ ଚାଲିବ। ସେହିପରି ୫୭ କିଲୋମିଟର ଲମ୍ବ ପିଙ୍କ ଲାଇନ(ମଜଲିସ ପାର୍କ ଓ ଶିବ ବିହାର)ରେ ୨୦୨୧ ମଧ୍ୟଭାଗ ପର୍ଯ୍ୟନ୍ତ ଚାଳକ ବିହୀନ ମେଟ୍ରୋ ସେବା ଆରମ୍ଭ ହୋଇଯିବ। ପୂର୍ବରୁ ଏହି ସେବା ପିଙ୍କ ଲାଇନରେ ପରୀକ୍ଷା କରାଯାଇଥିଲା।