ମେଲବୋର୍ଣ୍ଣ ୨ୟ ଟେଷ୍ଟ: ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ପାଳିରେ ଭାରତର ସ୍କୋର ୩୨୬

ମେଲବୋର୍ଣ୍ଣ,ଏଜେନ୍ସି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ ୨ୟ ଟେଷ୍ଟ ମ୍ୟାଚରେ ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କଙ୍ଗାରୁ ଟିମ ପ୍ରଥମ ଦିନ ୧୯୫ ରନରେ ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇବା ପରେ ଭାରତ ବ୍ୟାଟିଂ କରିଥିଲା। ଶେଷ ରିପୋର୍ଟ ଲେଖାଯିବା ବେଳକୁ ଭାରତ ନିଜର ପ୍ରଥମ ପାଳିରେ ୩୨୬ ରନ ସଂଗ୍ରହ କରିଛି। ଏଥି ସହିତ ଭାରତ ପ୍ରଥମ ପାଳି ଆଧାରରେ ୧୩୧ ରନରେ ଅଗ୍ରଣୀ ହୋଇପାରିଛି। ଶେଷ ରିପୋର୍ଟ ଲେଖାଯିବା ବେଳକୁ ଅଷ୍ଟ୍ରେଲିଆ ୨ୟ ପାଳିରେ ୪୨ ରନ ସଂଗ୍ରହ କରିଛି। କିନ୍ତୁ ଦଳ ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ହରାଇସାରିଛି। ଓପନର ମେଥ୍ୟୁ ୱାଡେ ଓ ଷ୍ଟିଭେନ ସ୍ମିଥ କ୍ରିଜରେ ଅଛନ୍ତି।

ଭାରତ ପକ୍ଷରୁ ଅସ୍ଥାୟୀ ଅଧିନାୟକ ଆଜିଙ୍କ୍ୟ ରାହାଣେ ୧୧୨ ରନ ସଂଗ୍ରହ କରିଥିଲେ। ସେ ୨୨୩ଟି ବଲର ସମ୍ମୁଖୀନ ହୋଇ ୧୨ଟି ଚୌକା ମଧ୍ୟ ମାରିଥିଲେ। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ୧୫୯ଟି ବଲର ସମ୍ମୁଖୀନ ହୋଇ ୫୭ ରନ ଯୋଡ଼ିଥିଲେ। ଏତଦ ବ୍ୟତୀତ ଶୁଭମନ ଗିଲ ୪୫ ରନ, ଚେତେଶ୍ୱର ପୂଜାରା ୧୭ ରନ, ହନୁମା ବିହାରୀ ୨୧ ରନ, ଋଷଭ ପନ୍ତ ୨୯ ରନ ଯୋଡ଼ିଥିଲେ।

ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କସ ୩ଟି ୱିକେଟ ନେଇଛନ୍ତି। ସେ ୨୬ ଓଭର ବୋଲିଂ କରି ୭୮ ରନ କରିଛନ୍ତି। ସେହିପରି ନାଥାନ ଲାୟନ ମଧ୍ୟ ୭୨ ରନ ଖର୍ଚ୍ଚ କରି ୩ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ପାଭଲିଅନ ପଠାଇଛନ୍ତି। ପେଟ କମ୍ବିନ୍ସଙ୍କୁ ୨ଟି ୱିକେଟ ମିଳିଥିବା ବେଳେ ଜୋଶ ହେଜେଲବୁଡ଼ଙ୍କୁ ଗୋଟିଏ ୱିକେଟ ମିଳିଛି।