ଭଦ୍ରକ,ଏନ୍ଏନ୍ଏସ୍: ପ୍ରଥମେ ପୁରୀ ଓ ପରେ ଲିଙ୍ଗରାଜ ମନ୍ଦିର ଖୋଲିବା ପରେ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି। ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ମନ୍ଦିର କରୋନା ମହାମାରୀ ପାଇଁ ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ଆଜିଠୁ ଖୋଲିଛି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ପ୍ରଥମ ଦୁଇ ଦିନ ସେବାୟତ ଓ ତାଙ୍କ ପରିବାର ଲୋକେ ଦର୍ଶନ କରିବେ। କୋଭିଡ ଗାଇଡ଼ ଲାଇନ ଅନୁସାରେ ମନ୍ଦିର ଖୋଲାଯିବା ସହ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ପରେ ଡିସେମ୍ବର ୩୦ ଓ ୩୧ ଦୁଇ ଦିନ ପାଖ ପଞ୍ଚାୟତର ଲୋକମାନେ ଦର୍ଶନ କରିବେ। ଅନ୍ୟପଟେ ଜାନୁଆରୀ ୧ ଓ ୨ ତାରିଖ ନୂଆବର୍ଷ ଉପଲକ୍ଷେ ଦର୍ଶନ ବନ୍ଦ ରହିବ। ଏହାପରେ ୩ ତାରିଖ ଠାରୁ ସର୍ବ ସାଧାରଣଙ୍କ ପାଇଁ ମନ୍ଦିର ଖୋଲିବ।
ତେବେ ମନ୍ଦିର ପରିସରରେ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରାଯିବ। ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି। ସେହିପରି ସେବାୟତମାନେ ପରିଚୟପତ୍ର ସାଙ୍ଗରେ ଆଣିବା ଜରୁରୀ।