ସୁନା ଦୋକାନୀ ଉପରକୁ ଗୁଳିମାଡ଼

ରାଉରକେଲା,ଏନ୍ଏନ୍ଏସ୍: ଆଜି ରାତ୍ରି ପାଖାପାଖି ୧୦ଟାରେ ରାଉରକେଲାର ଆରଜିଏଚ୍ ପାଖ ଫ୍ଲାଏଓଭର ଉପରେ ଗୁଳିମାଡ଼ ହୋଇଛି। ଜଣେ ସୁନା ଦୋକାନୀ ଉପରକୁ ଗୁଳିମାଡ଼ କରି ତା ନିକଟରୁ ଲୁଟ କରିଛନ୍ତି ଦୁର୍ବୃତ୍ତ। ଏହି ମଧ୍ୟରେ ସୁନା ଦୋକାନୀ ମୁଣ୍ଡରେ ଗୁଳି ବାଜିଛି। ତାଙ୍କୁ ସ୍ଥାନୀୟ ଲୋକମାନେ ଆରଜିଏଚରେ ଭର୍ତ୍ତି କରିଛନ୍ତି। ରଘୁନାଥପାଲି ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ତେବେ କେତେ ପରିମାଣର ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।