୩ ଦିନ ପରେ ଖୋଲିବ ଶ୍ରୀମନ୍ଦିର : ବରିଷ୍ଠ ଅଧିକାରୀଙ୍କ ସ୍ଥିତି ସମୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଉ ୩ ଦିନ ପରେ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥ ମନ୍ଦିର ଖୋଲିବ। ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସ୍ଥିତି ପରଖିବା ପାଇଁ ଶ୍ରୀମନ୍ଦିରରେ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି। ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ୫ଟି ସଚିବ ଭି.କାର୍ତ୍ତେିକେୟ ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ବଲବନ୍ତ ସିଂ ଓ ଏସପି କେଭି ସିଂ ସ୍ଥିତିର ଅନୁଧ୍ୟାନ କରିଛନ୍ତି। କୋଭିଡ କଟକଣା ମଧ୍ୟରେ ଶୃଙ୍ଖଳିତ ଦର୍ଶନ ଲାଗି ଏହି ଟିମ୍ ଶ୍ରୀ ମନ୍ଦିର ଓ ଲୋକନାଥ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ମନ୍ଦିର ଚାରିପଟ ଓ ଐତିହ୍ୟସ୍ଥଳର ସଫେଇ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୩ରୁ ୨୪ ମଧ୍ୟରେ ସେବାୟତଙ୍କ ପରିବାର ଓ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିବେ। ଏଥିସହିତ ଆସନ୍ତା ୩ ତାରିଖରେ ସର୍ବସାଧାରଣଙ୍କ ଦର୍ଶନ ଲାଗି ମନ୍ଦିର ଖୋଲାଯିବ ବୋଲି ସ୍ଥିର କରାଯାଇଛି।