ପାଟଣା ଅଗ୍ନିଶମ କେନ୍ଦ୍ରର ଆଗ୍ନିକଙ୍କ ଆକସ୍ମିକ ମୃତ୍ୟୁ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଜଣେ ଫାୟାରମ୍ୟାନଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତ ଫାୟାରମ୍ୟାନ ହେଲେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା କୁଳିଅଣା ଗ୍ରାମର ନିରଞ୍ଜନ ସିଂ। ସେ ଖାଉଥିବା ସମୟରେ ହଠାତ ଟଳି ପଡ଼ିଥିଲେ। ସହକର୍ମୀମାନେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।