ଚଳିତ ମାସରେ ରାଜ୍ୟରେ ଖୋଲିବ ସ୍କୁଲ୍!

ଭୁବନେଶ୍ୱର,ଏନ୍ଏନ୍ଏସ୍: ନଭେମ୍ବର ମାସରେ ସ୍କୁଲ ଖୋଲିବା ନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ଏହି ପରିପ୍ରେକ୍ଷୀରେ ନବମରୁ ଦ୍ୱାଦଶ ଯାଏଁ ସମ୍ପୂର୍ଣ୍ଣ କ୍ଲାସ ହେବ। ଏନେଇ ଅଭିଭାବକଙ୍କ ସହିତ ଆଲୋଚନା ହେବ ଓ ଯଦି ପିଲାଙ୍କୁ ଅଭିଭାବକ ଛାଡିବାକୁ ରାଜି ନ ହୁଅନ୍ତି ତେବେ ଅନଲାଇନର ବ୍ୟବସ୍ଥା କରାଯିବ। ଏନେଇ ସବୁ ସ୍କୁଲକୁ ଏସଓପି ଜାରି କରାଯାଇଛି। ଏଥିସହିତ ଜିଲ୍ଲାପାଳ ଓ ଡିଇଓଙ୍କ ସହିତ ଆଲୋଚନା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ଦାସ।

କରୋନା ମହାମାରୀ ଯୋଗୁଁ ଚଳିତ ଶିକ୍ଷା ବର୍ଷରେ ବିଳମ୍ବ ହୋଇଥିବାରୁ ପୂର୍ବରୁ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଛି ଏବଂ ଆଉ କମାଇ ହେବନାହିଁ। ତେଣୁ ବାକି ୭୦ ପ୍ରତିଶତ ପାଠ୍ୟକ୍ରମ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।