ଅର୍ଣ୍ଣବଙ୍କ ଗିରଫ ଘଟଣାକୁ ନିନ୍ଦା କଲା ଇଜିଆଇ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ସକାଳୁ ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣା ଶୁଣି ଏଡିଟର ଗିଲ୍ଡ ଅଫ୍ ଇଣ୍ଡିଆ(ଇଜିଆଇ)କୁ ଝଟକା ଲାଗିଛି। ତେବେ ଗୋସ୍ୱାମୀଙ୍କ ସହିତ ଯାହା ହୋଇଛି ତାହା କେତେଦୂର ଯଥାର୍ଥ ଓ ଗଣମାଧ୍ୟମ ଦ୍ୱାର ରିପୋର୍ଟ କରିବାକୁ ବିରୋଧ କରି ରାଜ୍ୟ ଶକ୍ତି ବ୍ୟବହାର କରାଯାଉନାହିଁ ବୋଲି ସୁନିଶ୍ଚିତ କରିବାକୁ ଗିଲ୍ଡ ଇଣ୍ଡିଆ ପକ୍ଷରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦିଆଯାଇଛି।

ପୁଲିସ ସୂଚନା ଅନୁସାରେ ଇଣ୍ଟେରିୟର ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଅର୍ଣ୍ଣବ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ଆଜି ସକାଳେ ପୁଲିସ ତାଙ୍କ ବାସ ଭବନରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା।