ଜଳିଗଲା ୪ ବଖରା ସହିତ ୧୫ କ୍ୱିଣ୍ଟାଲ ଧାନ

ପାଟଣା, ଏନ୍ଏନ୍ଏନ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ପୁରୁଣାପାଣି ଗ୍ରାମର ଦୁଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ରମାଇ ମୁଣ୍ଡା ଓ ସାଦ ମୁଣ୍ଡାଙ୍କ ୪ ବଖରା ନଡା ଛପର ସହିତ ଟାଇଲ ଘର ଜଳି ପୋଡି ନଷ୍ଟ ହୋଇଯାଇଛି। ଏହାସହ ଘରେ ଥିବା ୧୫ କ୍ୱିଣ୍ଟାଲ ଧାନ ପୋଡି ନଷ୍ଟ ହୋଇ ଯାଇଛି। ଘର ପାଖ ଧାନ ଖଳାରେ କେହି ନିଆଁ ଲଗାଇ ଦେଇଥିବା ଅନୁମାନ କାରାଯାଉଥିବା ବେଳେ ପାଟଣା ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ରମାଇ ଓ ସାଦ ଉଭୟ ଗରିବ ଶ୍ରେଣୀର ହୋଇଥିବାରୁ ଖୁବ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।