ସେବା ସମବାୟ ସମିତିରେ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର କ୍ଷତି

ଝାରସୁଗୁଡା,ଏଜେନ୍ସି: ଝାରସୁଗୁଡ଼ା ଜିଲ୍ଲା ଲଇକେରା ସେବା ସମବାୟ ସମିତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି। ତେବେ ଚାଷୀଙ୍କ କାଗଜ ପତ୍ର ଏବଂ ଅଫିସ ସାମଗ୍ରୀ କମ୍ପ୍ୟୁଟର ଆଦି ପୋଡ଼ି ଯାଇଛି। ସୂଚନାନୁସାରେ, ଗୁରୁବାର ରାତି ୧୦ ଟା ୨୫ ମିନିଟରେ ସମବାୟ ସମିତି କାର୍ଯ୍ୟାଳୟରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।

ଲଇକେରା ବ୍ଲକ ଲଇକେରା, ସାରଙ୍ଗଲୋଇ, କୁଲେମୁରା ଆଦି ୩ଟି ପଞ୍ଚାୟତର ୧୭୦୦ ଚାଷୀଙ୍କ ଋଣ କାଗଜପତ୍ର, ଅଫିସର କମ୍ପ୍ୟୁଟର ଟେବୁଲ ଆଦି ପୋଡି ନଷ୍ଟ ହୋଇଛି। ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛି।