ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର, ୪ ଗୋରୁ ଆହତ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ରାମଚନ୍ଦ୍ରପୁର ପଂଚାୟତ ସଂପୋଇ ଗ୍ରାମର କରୁଣାକର ଜେନାଙ୍କ ୨ ବଖରା ଘର ଗତକାଲି ରାତି ପ୍ରାୟ ୨ଟା ସମୟରେ ଜଳି ପାଉଁଶ ହୋଇଯାଇଛି। ଏଥିସହ ତାଙ୍କର ୪ଟି ଗୋରୁ ମଧ୍ୟ ପୋଡି ଆହତ ହୋଇଛନ୍ତି। ଖବର ପାଇ ଭଣ୍ଡାରିପୋଖରୀରୁ ଦମକଳ ବାହିନୀ ପହଞ୍ଚ ଅଗ୍ନିକୁ ଆୟତ୍ତ କରିଥିଲେ। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ମଶାପାଇଁ ଦିଆଯାଇଥିବା ଧୂଆଁରୁ ଏହି ଅଗ୍ନିକାଣ୍ଡ ଘଟିଛି। ଆୟତ୍ତ ଗୋରୁଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ପଶୁ ଡାକ୍ତରଙ୍କୁ ସୂଚନା ଦିଆଯାଇଥିବା ସ୍ଥଳେ ସେ ନଆସିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଉେତ୍ତଜନା ପ୍ରକାଶ ପାଇଥିଲା।