ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ତେଜିଲା ଆନ୍ଦୋଳନ

ମାଲକାନଗିରି,ଏନ୍ଏନ୍ଏସ୍: ଆନ୍ଧ୍ର ପ୍ରଦେଶର ପୋଲାଭରମ ପ୍ରକଳ୍ପ କୁ ବିରୋଧ କରି ପୁଣି ତେଜିଲା ଆନ୍ଦୋଳନ । ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର ଚିନ୍ତୁର ଠାରେ ଓଡିଶା, ଛତିଶଗଡ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟର ଅଖିଳ ଭାରତ ଆଦିବାସୀ ମହା ସଂଘ ପକ୍ଷରୁ ଏକ ବିରାଟ ଜନ ସମାବେଶ ଅୟୋଜନ ହୋଇଛି । ୪ ରାଜ୍ୟର ହଜାର ହଜାର ଆଦିବାସୀ ଏହି ସମାବେଶରେ ଯୋଗଦେଇ ପୋଲାଭରମ ପ୍ରକଳ୍ପକୁ ବିରୋଧ କରିଛନ୍ତି । ପୁର୍ବ ଡିଜାଇନ ଅନୁଯାଇ ପୋଲାଭରମ ଡ୍ୟାମ ନିର୍ମାଣ ହେଲେ ଏହି ୪ଟି ରାଜ୍ୟର ଅନେକ ଗାଁ ଜଳମଗ୍ନ ହେବା ସହ ଶହ ଶହ ହେକ୍ଟର ଚାଷ ଜମି ବୁଡି ଯିବ । ମାଲକାନଗିରି ଓ ସୁକୁମା ଜିଲ୍ଲାର ସବୁଜ ପରିବେଶ ସବୁଦିନ ଲାଗି ମାନଚିତ୍ରରୁ ଲିଭିଯିବ । ଉଭୟ ରାଜ୍ୟର କୋୟା ଆଦିବାସୀ ଲୋକେ ନିଜର ଭିଟା ମାଟି ହରାଇବେ । ତେଣୁ ଆଦିବାସୀ ମାନେ ଏହାକୁ ବିରୋଧ କରୁଛନ୍ତି ।