ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତର ବିଲୁପଦର ମେଡିକାଲ ଛକ ନିକଟରେ ଥିବା ଭେରାଇଟି ଷ୍ଟୋର ସମ୍ପୂର୍ଣ ଜଳି ପାଉଁଶ ହୋଇଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳ ୯ଟାରେ କୌଣସି କାରଣରୁ ଦୋକାନ ଭିତରେ ଥିବା ଗ୍ୟାସ ଲିକ କରି ନିଆଁ ଲାଗି ଯାଇଥିଲା । ନିଆଁ ଆୟତ୍ତ ନହେବାରୁ ସାମ୍ନାପଟେ ଥିବା ଭେରାଇଟି ଷ୍ଟୋରରେ ନିଆଁ ଲାଗି ସମସ୍ତ ଦୋକାନ ସରଞ୍ଜାମ ସହ ଲକ୍ଷାଧିକ ନଗଦ ଟଙ୍କା ମଧ୍ୟ ଜଳି ଯାଇଥିଲା । ପରେ ଫିରିଙ୍ଗିଆ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଅନ୍ୟପଟେ ଦୀର୍ଘ ଦିନ ହେବ ଗଦାଧର ସାହାଣୀ ସେହି ଜାଗାରେ ଦୋକାନ ଦେଇ ପରିବାର ପ୍ରତିପୋଷଣ କରି ଚଳୁଥିବାବେଳେ ବର୍ତ୍ତମାନ ବିଭିନ୍ନ ବେସରକାରୀ ସଂସ୍ଥା ଓ ସ୍ୱୟଂ ସହାୟିକା ଗୋଷ୍ଠୀରୁ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋନ କରି ଦୋକାନକୁ ବଢ଼ାଇ ଥିବାବେଳେ ପ୍ରଶାସନ ତରଫରୁ ଆକଳନ କରି କ୍ଷତି ପୂରଣ ଯୋଗାଇ ଦେବାକୁ ପରିବାର ଓ ଅଞ୍ଚଳବାସୀ ଦାବୀ କରିଛନ୍ତି ।