ଇ-ଯାନ ଉପରେ ବଢ଼ିଲା ସବସିଡି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌:ଇଲେକ୍ଟ୍ରି ଯାନ ଉପରେ ରାଜ୍ୟ ସରକାର ସବସିଡି ବଢ଼ାଇଛନ୍ତି । ଫଳରେ ୨ ଚକିଆ, ୩ ଚକିଆ ଓ ୪ ଚକିଆ ଯାନ ଉପରେ ସବସିଡି ବୃଦ୍ଧି ପାଇଛି । ରିହାତି ସତ୍ୱେ ବିକ୍ରି ନିରୁତ୍ସାହଜନକ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ୨ ଚିକଆ ଯାନ ଉପରେ ସର୍ବାଧିକ ୨୦ ହଜାର, ୩ ଚକିଆରେ ୩୦ ହଜାର ଓ ୪ ଚକିଆରେ ଦେଢ଼ ଲକ୍ଷ ଟଙ୍କାର ସବସିଡି ମିଳିବ ବୋଲି ଜଣାପଡ଼ିଛି ।