‘ବର୍ଣ୍ଣଭିଟ୍ଟା’କୁ ନୋଟିସ ପଠାଇଲା ରାଷ୍ଟ୍ରୀୟ ବାଲ ଅଧିକାର ସଂରକ୍ଷଣ ଆୟୋଗ

ନୂଆଦିଲ୍ଲୀ: ଘରେ ଘରେ ପରିଚିତ ଥିବା ବର୍ଣ୍ଣଭିଟ୍ଟାକୁ ନେଇ ଜାରି ରହିଥିବା ବିବାଦକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ବାଲ ଅଧିକାର ସଂରକ୍ଷଣ ଆୟୋଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏନେଇ ମଣ୍ଡେଲେଜ କମ୍ପାନୀକୁ ନୋଟିସ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ବର୍ଣ୍ଣଭିଟ୍ଟାରେ ଚିନିର ମାତ୍ରାକୁ ନେଇ ଅଭିଯୋଗ ମିଳୁଛି । ଚିନି ବ୍ୟତୀତ ଯେଉଁ ମିକ୍ସଚର ଫର୍ମୁଲା ବ୍ୟବହାର କରାଯାଉଛି ତାହା ପିଲାଙ୍କ ପାଇଁ ବିପଦଜନକ ହୋଇପାରେ । ସେଥିପାଇଁ ବାଲ ଆୟୋଗ ପକ୍ଷରୁ ଭ୍ରମିତ କରୁଥିବା ସମସ୍ତ ବିଜ୍ଞାପନ ଏବଂ ପ୍ୟାକେଜିଂ ଉପରେ କରାଯାଉଥିବା ଦାବୀକୁ ହଟାଯାଉ । ଏଥିସହିତ ୭ ଦିନ ମଧ୍ୟରେ ଜବାବ ରଖିବାକୁ କମ୍ପାନୀକୁ କୁହାଯାଇଛି ।