ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ

ବେଙ୍ଗାଲୁରୁ,ଏଜେନ୍ସି: ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ। ଶନିବାର ସକାଳୁ ବେଙ୍ଗାଲୁରୁର ପୁଟ୍ଟିନା ହାଲି ପୋଲିସ ଥାନା ଅଞ୍ଚଳରେ ଥିବା ଏକ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ତୁରନ୍ତ ୬ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏହି ଅଗ୍ନିକାଣ୍ଡରେ ସେ ଭଳି କୌଣସି ବଡ ଧରଣର ଅଘଟଣ ଘଟିନଥିବା ଜଣାପଡିଛି। ତେବେ କେଉଁ କାରଣକୁ ଅଗ୍ନିକାଣ୍ଡ ଘଟିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି।