କଟକ ଶିଶୁ ଭବନରେ ଲାଗିଲା ନିଆଁ

କଟକ,ଏନ୍ଏନ୍ଏସ୍: କଟକ ଶିଶୁ ଭବନରେ ଅଗ୍ନିକାଣ୍ଡ ଘଟିଛି। ସଟ୍ ସର୍କିଟ ଯୋଗୁ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲାଗିବା ପରେ ତତକ୍ଷଣାତ୍ ନିଆଁକୁ ଆୟତ୍ତ କରାଯାଇଛି। ଫଳରେ କୌଣସି କ୍ଷୟକ୍ଷତି ଘଟିନଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି। କିନ୍ତୁ କିଛି ବିଦ୍ୟୁତ ତା’ର ଜଳିଯାଇଥିବା ସୂଚନା ମିଳିଛି। କିନ୍ତୁ ସାମାୟିକ ଭାବେ ଡାକ୍ତରଖାନାର ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଛି।