ତିହିଡ଼ିରେ ଭୟାବହ ଅଗ୍ନିକାଣ୍ଡ: ୧୪ଟି ଦୋକାନ ପୋଡି ପାଉଁଶ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲାର ତିହିଡ଼ିରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୪ଟି ଦୋକାନ ଘର ପୋଡ଼ି ପାଉଁଶ ହୋଇଯାଇଛି। ତିହିଡ଼ି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ବିଳମ୍ବିତ ରାତି ୧୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ବିଦ୍ୟୁତ ସର୍ଟ୍ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

ଏହି ଅଗ୍ନିକାଣ୍ଡରେ ୫୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସ୍ଥାନୀୟ ଆରଆଇ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିବାପରେ ସଠିକ ଆକଳନ କରାଯିବ। ଏଥିରେ ଲୁଗା ଦୋକାନ, ତେଜରାତି ଦୋକାନ, ସାର ଦୋକାନ, ପରିବା ଦୋକାନ, ପାନ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଦୋକାନୀମାନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।