ଆଜିଠୁ ସାରା ରାଜ୍ୟରେ କରୋନା ଟିକାକରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍

ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ମହା ଅଭ୍ୟାସ। ନିଜେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଆଜି ଚେନ୍ନାଇ ଗସ୍ତ କରି ଟିକାକରଣ ଡ୍ରାଏ ରନର ସମୀକ୍ଷା କରିଛନ୍ତି। ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲ ଯାଇ ମନ୍ତ୍ରୀ ବର୍ଦ୍ଧନ ସ୍ଥିତି ସମୀକ୍ଷା କରିଛନ୍ତି। ଚେନ୍ନାଇ ସମେତ ଦେଶର ୭ ଶହରୁ ଅଧିକ ଜିଲ୍ଲାରେ ଡ୍ରାଏ ରନ ହେଉଛି। ପ୍ରତି ଟିକାକରଣ ସେଣ୍ଟରରେ କିଭଳି ଟିକା ପହଞ୍ଚିବ ଏବଂ ଟିକାକରଣ ନେଇ ଯେପରି ଲୋକଙ୍କ ପାଖରେ କୌଣସି ଭୁଲ ତଥ୍ୟ ନ ପହଞ୍ଚେ ସେଥିଲାଗି ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।

ଦେଶରେ ପ୍ରଥମ ଥର କୋଭିଡ ଟିକା ଦିଆଯିବାକୁ ଥିବାରୁ ଏନେଇ ଆଗକୁ ଅନେକ ଚ୍ୟାଲେଞ୍ଜ ରହିଛି। ଟିକାକରଣ କେନ୍ଦ୍ରରେ ସ୍ୱତନ୍ତ୍ର ଭାବେ ଆଡଭର୍ସ ଇଭେଣ୍ଟ ଫଲୋଇଙ୍ଗ ଇମୁନାଇଜେସନ ବା ଏଇଏଫ୍ଆଇ କିଟ ରଖିବାକୁ ନିର୍ଦ୍ଦେଶ ରହିଛି। ସେହିପରି ଓଡ଼ିଶାରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣର ଡ୍ରାଏ ରନ୍ ଆରମ୍ଭ ହୋଇଛି। ଏହା ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ। ପ୍ରତି ଜିଲ୍ଲାର ୩ରୁ ୪ଟି ହସ୍ପିଟାଲରେ ଡ୍ରାଏ ରନ୍ ହେଉଛି। ଜାନୁଆରୀ ୨ରେ ସରିଥିଲା ପ୍ରଥମ ପର୍ଯ୍ୟାୟ ଡ୍ରାଏ ରନ୍।