ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ସିସିପି ୱାନ୍‌ରେ ପ୍ଲେଟ୍ ଖସି ଜଣେ ମୃତ ଓ ଜଣେ ଗୁରୁତର ଆହାତ

ରାଉଲକେଲା,ଏନ୍ଏନ୍ଏସ୍: ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ଏକ ଅଘଟଣ ଘଟି ଯାଇଛି। ଯାହାଫଳରେ ଜଣେ ମୃତ ହୋଇଥିବା ବେଳେ ଆଉ ଜଣେ ମଧ୍ୟ ଗୁରୁତର ଆହତ ହୋଇ ଆଇଜିଏଚ୍ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।
ସିସିପି ୱାନ୍‌ରେ ପ୍ଲେଟ୍ ଖସି ଯାଇ ଏପରି ଘଟଣା ଘଟିଥିବା ସାମ୍ନାକୁ ଆସିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣଙ୍କ କିଛି ସୂଚନା ମିଳିପାରି ନଥିବା ବେଳେ ସେ ଜଣେ ଠିକା କର୍ମଚାରୀ ଥିଲେ। ତାଙ୍କ ନାଁ ହେଉଛି ଅମର ପଣ୍ଡା।

କେବଳ ସେ ନୁହେଁ ଗୁରୁତର ଆହାତ ମଧ୍ୟ ଠିକା କର୍ମଚାରୀ ଥିଲେ। ତାଙ୍କ ନାଁ ହେଉଛି ସୁଶିଲ କୁମାର ଦେଓ। ସୂଚନା ଅନୁସାରେ କେବଳ ଆଜି ନୁହେଁ ବାରମ୍ବାର ଏପରି ଘଟଣା ଷ୍ଟିଲ୍ ପ୍ଲାଣ୍ଟରେ ଘଟୁଥିବା ବେଳେ ଏନେଇ କୌଣସି ପ୍ରକାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।

ଏହି ଘଟଣା ପରେ ଏକ ତଦନ୍ତକାରୀ ଟିମ୍ ଗଠନ କରାଯାଇଛି। ଯାହା ପରେ ଏହା ଉପରେ ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯିବ। ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।