ଶିଶୁକନ୍ୟା ବିକ୍ରି ଅଭିଯୋଗରେ ଅଙ୍ଗନବାଡ଼ି କର୍ମୀଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ପୁଲିସ

ଯାଜପୁର ,ଏନ୍ଏନ୍ଏସ୍: ଗତ ୨୮ ତାରିଖରେ ଯାଜପୁର ଧର୍ମଶାଳା ଥାନା ଅଚଂଳରେ ଶିଶୁକନ୍ୟା ବିକ୍ରି ଅଭିଯୋଗରେ ଆଜି ଅଙ୍ଗନବାଡ଼ି କର୍ମୀଙ୍କ ସମେତ ୫ଜଣଙ୍କୁ ଗିରଫ କଲା ପୁଲିସ।

ବିକ୍ରି କରିଥିବା ଦମ୍ପତି ଓ କିଣିଥିବା ଦମ୍ପତିଙ୍କ ସହ ମଧ୍ୟସ୍ତି ଅଙ୍ଗନବାଡ଼ି କର୍ମୀ ଗିରଫ ହୋଇଛନ୍ତି। ସୂଚନା ଅନୁସାରେ ଗତ ୨୮ ତାରିଖରେ ଧର୍ମଶାଳା ଥାନା ଅଚଂଳରେ ମହାକାଳପଡ଼ାର ଜଣେ ବ୍ୟକ୍ତିଙ୍କୁ ୧୨ ହଜାରରେ ଗୋଟିଏ ଶିଶୂକନ୍ୟା ବିକ୍ରି ଅଭିଯୋଗ ହୋଇଥିଲା।

ପରେ ଏହି ଖବର ପାଇ ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ବିକ୍ରି ଶିଶୁକୁ ଉଦ୍ଧାର କରିଥିଲେ। କିନ୍ତୁ ପରେ ଘଟଣାସ୍ଥଳରୁ ବିକ୍ରି କରିଥିବା ଦମ୍ପତି ଓ କିଣିଥିବା ଦମ୍ପତିଙ୍କ ସହ ମଧ୍ୟସ୍ତି ଅଙ୍ଗନବାଡ଼ି କର୍ମୀ ଫେରାର ହୋଇଥିଲେ।

ପରେ ଏମାନଙ୍କୁ ଧରିବା ପାଇଁ ପୋଲିସ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିଲା ଏବଂ ଆଜି ଏହି କାର୍ଯ୍ୟରେ ସଫଳ ହୋଇଛି।