ବ୍ରହ୍ମପୁର ସାଇ କଂପ୍ଲେକ୍ସରେ ଅଗ୍ନିକାଣ୍ଡ, ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁର ଗାନ୍ଧୀନଗର ନିକଟ ସାଇ କଂପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ମିଟର ରୁମରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚିଛି।

ସେପଟେ ଖବର ପାଇ ପହଞ୍ଚିଥିବା ଅଗ୍ନିଶମ ବିଭାଗର ଟିମ୍ ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ଜଣାପଡିନାହିଁ। ସାଇ କଂପ୍ଲେକ୍ସରେ ଅଗ୍ନିକାଣ୍ଡ ହୋଇଥିବା ଖବର ଶୁଣି ସେଠାରେ ଭିଡ ଜମା ହୋଇଥିଲା। ପରେ ଅଗ୍ନିଶମ ବାହନୀଙ୍କୁ ଖବର ଦିଆଯାଇଥିଲା।

ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିବା ପରେ ନିଆଁକୁ ଆୟତ୍ତ କରିଛି। ତେବେ ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ବୋଲି ଲୋକେ କହୁଥିବା ବେଳେ ଏହା ପଛର ଆଉ କଣ କାରଣ ଅଛି କି ନାହିଁ ସେନେଇ ଯାଞ୍ଚ କରାଯାଉଛି।