ବାଙ୍କଲିଡି ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା ଘର

ବ୍ରହ୍ମପୁର,ଏନ୍ଏନ୍ଏସ୍: ଭଞ୍ଜନଗର ନିକଟସ୍ଥ ଗାଙ୍ଗପୁର ଥାନା ବାଙ୍କଲିଡି ଗ୍ରାମରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ୪ ବଖରା ଘର ଜଳିପୋଡି ନଷ୍ଟ ହୋଇଯାଇଛି। ଘରର ବିଭିନ୍ନ ଆସବାବପତ୍ର ଜଳି ଯାଇଥିବା ବେଳେ ବହୁ ମୂଲ୍ୟବାନ ସାମଗ୍ରୀ ପୋଡିଯାଇଛି। ଘଟଣାସ୍ଥଳରେ ଭଞ୍ଜନଗର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସୂଚନାନୁଯାୟୀ, ଭଞ୍ଜନଗର ନିକଟସ୍ଥ ଗାଙ୍ଗପୁର ଥାନା ବାଙ୍କଲିଡି ଗ୍ରାମରେ ମୁରଲୀ ପ୍ରଧାନ ଓ କୁମାରୀ ଡାକୁଆଙ୍କ ଘରେ ହଠାତ୍ ନିଆଁ ଲାଗି ଯାଇଥିଲା। ଦୁଇ ଜଣଙ୍କ ୨ ବଖରା ଲେଖାଏଁ ଘର ପୋଡି ନଷ୍ଟ ହୋଇଯାଇଛି। ଘରେ ଥିବା ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଜଳିପୋଡି ଛାରଖାର ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।