ଆଜି ମାହାଙ୍ଗା ଗସ୍ତ କରିବେ ଓଡ଼ିଶାରେ ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଆଜି ମାହାଙ୍ଗା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ମୃତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିବେ। ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରେସମିଟ କରି ରାଜ୍ୟରେ ଭୁଶୁଡି ପଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପୁରା ବିପର୍ଯ୍ୟସ୍ତ ହୋଇପଡିଛି ଏବଂ ମାହାଙ୍ଗାରେ ଯେଉଁଭଳି ଭାବେ ଦୁଇ ବିଜେପି ନେତାକୁ ହତ୍ୟା କରାଗଲା ତାହା ଏହାକୁ ସ୍ପଷ୍ଟ କରୁଛି।

ତେବେ ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାର ରାଜ୍ୟବ୍ୟାପୀ ପ୍ରତିବାଦ କରୁଛି ବିଜେପି। ଏହି ହତ୍ୟାକାଣ୍ଡ ପଛରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ଦଳ ଅଭିଯୋଗ ଆଣିବା ସହ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି।