ପାଟଣା ତହସିଲରେ ନୂତନ ତହସିଲଦାରଙ୍କ ଯୋଗଦାନ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ତହସିଲରେ ନୂତନ ତହସିଲଦାର ଭାବରେ ତାପସ ରଞ୍ଜନ ଦେହୁରୀ ସୋମବାର ଯୋଗଦାନ କରିଛନ୍ତି। ପୂର୍ବରୁ ଥିବା ତହସିଲଦାର ଶିବ ପ୍ରସାଦ ମୁର୍ମୁଙ୍କ ମୟୁରଭଞ୍ଜ ଜିଲ୍ଲା କୁସୁମୀ ତହସିଲକୁ ବଦଳି ପରେ ଏଠାରେ ନୂତନ ତହସିଲଦାର ଭାବରେ ତାପସ ରଞ୍ଜନ ଦେହୁରୀ ଯୋଗ ଦେଇଛନ୍ତି। ଶ୍ରୀ ଦେହୁରୀ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ତହସିଲରେ କାର୍ଯ୍ୟ କରୁଥିଲେ। ଶ୍ରୀଦେହୁରୀଙ୍କୁ ପାଟଣା ତହସିଲ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଆଗକୁ ପାଟଣା ଅଞ୍ଚଳରେ ଆଇନ ଶୃଙ୍ଖଳା ସହ ବେଆଇନ ରାଜସ୍ୱ ଲୁଟ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପାଟଣାବାସୀ ଆଶା ପ୍ରକଟ କରିଛନ୍ତି।