ସ୍କୁଟି ଚାଳକଙ୍କୁ ୧୮, ୫୦୦ଟଙ୍କା ଜୋରିମାନା

ରାୟଗଡ଼ା,ଏନ୍ଏନ୍ଏସ୍: ବିନା କାଗଜପତ୍ର , ଡ୍ରାଇଭିଂ ଲାଇସେନ୍ସ ସହ ଦ୍ରୁତଗତିରେ ଗାଡି ଚଲାଇବା ଜଣେ ସ୍କୁଟି ଚାଳକଙ୍କୁ ମହଙ୍ଗା ପଡିଛି । ଏବାବଦକୁ ସ୍କୁଟି ଚାଳକଙ୍କୁ ୧୮,୫୦୦ ଟଙ୍କା ଜୋରିମାନା ଦେବାକୁ ପଡିଛି । ଆଜି ସଂନ୍ଧ୍ୟାରେ ଜେକେପୁର ଥାନା ଅନ୍ତର୍ଗତ ବିସିରୋଡରେ ରହୁଥିବା ସ୍କୁଟି ମାଲିକଙ୍କ ଗାଡିକୁ ୱାଇ.ସାଗର ନାମକ ଜଣେ ଯୁବକ ଦ୍ରୁତ ଗତିରେ ନେଇ ଯାଉଥିବାବେଳେ ପରିବହନ ବିଭାଗ ରାୟଗଡା ସହରର ଡିଆଇଭି ଛକ ନିକଟରେ ଅଟକାଇଥିଲା । ତେବେ ସ୍କୁଟି ଚାଳକ ହେଲମେଟ୍ ପିନ୍ଧିନଥିବା ବେଳେ ତାଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ ଓ ଅନ୍ୟାନ୍ୟ କାଗଜ ପତ୍ର ନଥିଲା । ଏବାବଦକୁ ପରିବାହନ ବିଭାଗର ସହକାରୀ ଏମଭିଆଇ ଅଶୋକ କୁମାର ପାଣିଗ୍ରାହୀ ଚାଳକଙ୍କ ଉପରେ ୧୮୫୦୦ ଟଙ୍କା ତଣ୍ଡ ପକାଇଛନ୍ତି । ତେବେ ଜୋରିମାନା ଦେବାପରେ ଉକ୍ତ ଗାଡି ଚାଳକଙ୍କୁ ଛଡାଯାଇଥିବା କୁହାଯାଇଛି ।