୩ ଓଡ଼ିଆ ସିନେମାକୁ ଜାତୀୟ ସିନେ ପୁରସ୍କାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ୩ ଓଡିଆ ସିନେମାକୁ ମିଳିଛି ଜାତୀୟ ସିନେ ପୁରସ୍କାର। ‘ଶ୍ରୀକ୍ଷେତ୍ରରୁ ସାହିଜାତ’,ଶଲା ବୁଢାର ବଦଲା, କାଲିର ଅତୀତକୁ ସମ୍ମାନିତ କରାଯାଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଘୋଷଣା କରାଯାଇଛି। ନନ-ଫିଚର କାଟେଗୋରୀରୁ ଓଡ଼ିଆ ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ଚଳଚ୍ଚିତ୍ରକୁ ମିଳିଛି ଜାତୀୟ ପୁରସ୍କାର ସମ୍ମାନ। ସେହିପରି ବେଷ୍ଟ ଓଡିଆ ଫିଚର ଫିଲ୍ମ ଶ୍ରେଣୀରେ ଶଲାବୁଢାର ବଦଲା ଏବଂ କାଲିର ଅତୀତକୁ ଚୟନ କରାଯାଇଛି। ଶଲା ବୁଢାର ବଦଲାର ନିର୍ଦ୍ଦେଶନା ଦେଇଛନ୍ତି ସବ୍ୟସାଚୀ ମହାପାତ୍ର। କାଲିର ଅତୀତକୁ ନୀଳମାଧବ ପଣ୍ଡା ନିର୍ଦ୍ଦେଶନା ଦେଇଛନ୍ତି।