ଛାତ୍ର ଛାତ୍ରୀଙ୍କ ପକ୍ଷେ କ୍ରୀଡାର ଯଥେଷ୍ଟ ଆବଶ୍ୟକତା ରହିଛି: ଜିଲ୍ଲାପାଳ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ୨୪ ତମ ଝାରସୁଗୁଡା ଜିଲ୍ଲା କ୍ରୀଡ଼ା ପ୍ରତିଯୋଗିତା ଆଜି ଉଦ୍ୟାପିତ ହୋଇଛି। ଏଥିରେ ଅତିଥି ଭାବରେ ଝାରସୁଗୁଡା ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡା ସଙ୍ଘର ସଭାପତି ସରୋଜ କୁମାର ସାମଲ ଯୋଗଦେଇ ମଣିଷର ବ୍ୟକ୍ତିତ୍ୱର ବିକାଶ ପାଇଁ ଖେଳର ବହୁ ଆବଶ୍ୟକତା ରହିଛି। ଏହା କେବଳ ମାନସିକ ସ୍ତରରେ ବୃଦ୍ଧି ଘଟାଇ ନ ଥାଏ, ଶରୀର ଅଭିବୃଦ୍ଧି ମଧ୍ୟ ଘଟାଇ ଥାଏ। ତେଣୁ ଛାତ୍ର ଛାତ୍ରୀଙ୍କ ପକ୍ଷେ କ୍ରୀଡାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଜିଲ୍ଲାପଳ ଶ୍ରୀ ସାମଲ କହିଛନ୍ତି। ଏହି ଅବସରରେ ଜିଲ୍ଲା କ୍ରୀଡ଼ା ସଂସ୍ଥାର ସମ୍ପାଦକ ତାପସ ରାୟ ଚୌଧୁରୀ, କାର୍ଯ୍ୟକାରୀ ସଭାପତି ବିଜୟ ବେହେରା, ଉପ-ସଭାପତି ଜୀବନ ମହାନ୍ତି, ବ୍ରିଜେଶ ଶର୍ମା, ସହ -ସମ୍ପାଦକ ପ୍ରଜ୍ଜଳ କୁମାର ପଟେଲ, କୋଷାଧ୍ୟକ୍ଷ ଗଶେଶ ନାୟକ, କ୍ରୀଡା ସମ୍ପାଦକ କମ୍ପାଉଣ୍ଡର ବେହେରା, କମିଟି ସଦସ୍ୟ କୈ÷ଳାସ ବେହେରା, ବିଷ୍ଣୁ ନାୟକ, ବିଜୟ ଦାସ, ମାନସ ଆଚାର୍ଯ୍ୟ, ସଂଗ୍ରାମ ପାଇକରାୟ, ହେମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।