ଧରପଗଡ଼ ଅଭିଯାନରେ ଦୋକାନୀଙ୍କଠାରୁ ଫାଇନ ଆଦାୟ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପାଟଣାଗଡ଼ ସହରରେ ଧରପଗଡ଼ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରହରି ମହନ୍ତଙ୍କ ନେତୃତ୍ୱରେ ପାଟଣାଗଡ଼ ପୁଲିସ ସହାୟତାରେ ଏନଏସିର କର୍ମଚାରୀମାନେ ସହରର ଉଭୟ ପଟେ ଦୋକାନ ଦେଇଥିବା ବ୍ୟବସାୟୀମାନେ ମୁଖ୍ୟ ରାସ୍ତାକୁ ଅବରୋଧ କରି ଜିନିଷ ରଖିଥିବାରୁ ଆଜି ଏନଏସି ଛକରୁ ରାମଜି ଛକ ପର୍ଯ୍ୟନ୍ତ ଚଢ଼ଉ କରି ସେମାନଙ୍କଠାରୁ ସମୁଦାୟ ୯ହଜାର ଟଙ୍କା ଫାଇନ ଆଦାୟ କରିଛନ୍ତି । ଏହି ଚଢ଼ଉ ଅଭିଯାନ ପ୍ରତ୍ୟେକ ମାସରେ ୪ରୁ ୫ଥର ହେବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ମହନ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଚଢ଼ଉ ଅଭିଯାନରେ ଟେକ୍ସ କଲେକ୍ଟର ମନବୋଧ ସାହୁ, ଜୟଦେବ ସରାଫ, ପ୍ରଫୁଲ୍ଲ ମିଶ୍ର ଓ ସ୍ଥାନୀୟ ପୁଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ ।