ଗ୍ରୀଷ୍ମ ପ୍ରଭାବରେ ଜଳିଗଲା ବାଇକ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଲଣ୍ଡା ଗ୍ରାମ ଦେଇ ଯାଇଥିବା ୧୦ ନମ୍ବର ରାଜ୍ୟ ରାଜପଥ କଡ଼ରେ ଆଜି ପୂର୍ବାହ୍ନରେ ଏକ ବାଇକ ଜଳି ଯାଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଲହୁଣୀପଡ଼ା ଥାନା ଜାମଡ଼ିହି ଗ୍ରାମର ଗୋପବନ୍ଧୁ ଓରାମ ବାହାଡ଼ାପୋଷି ବାଟ ଦେଇ ଅନୁଗୁଳ ଅଭିମୁଖେ ଯାଉଥିବାବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ଗୋପବନ୍ଧୁ ବଲଣ୍ଡା ଗ୍ରାମ ନିକଟସ୍ଥ ଘାଟି ରାସ୍ତାରେ ବାଇକକୁ ଛିଡ଼ା କରି ପରିସ୍ରା କରୁଥିଲେ । ଏହି ସମୟରେ ବାଇକରେ ହଠାତ ନିଆଁ ଲାଗି ଯାଇଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ଆୟତ୍ତ କରିବା ପାଇଁ ବାରକୋଟ ଦମକଳ ବାହିନୀକୁ ସୂଚନା ଦିଆଯାଇଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ବାଇକଟି ସମ୍ପୂର୍ଣ ରୂପେ ଜଳି ଯାଇଥଲା ।