କରାଚୀ ୟୁନିଭର୍ସିଟିରେ ବିସ୍ଫୋରଣ, ୩ ଚୀନୀ ନାଗରିକଙ୍କ ସମେତ ୪ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ପୁଣିଥରେ ବିସ୍ଫୋରଣ ଘଟିଛି । କରାଚୀ ୟୁନିଭର୍ସିଟି ପରିସରରେ ଏକ କାର ବିସ୍ଫୋରଣରେ ୩ଜଣ ଚୀନୀ ନାଗରିକଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ୨ଜଣ ଗୁରୁତର ହୋଇଛନ୍ତି । ଏହା ଏକ ସୁନିୟୋଜିତ ଆକ୍ରମଣ ଥିବା ନେଇ ସୂଚନା ମିଳିଛି । ଖାସ୍ କରି ଚୀନୀ ଶିକ୍ଷକଙ୍କୁ ଟାର୍ଗେଟ କରାଯାଇଥିଲା ।

ବିଶେଷ ସୂତ୍ରରୁ ଜଣାପଡ଼ିଛି, ଏହି ଘଟଣାଟି କରାଚ୍ଚୀ ୟୁନିଭର୍ସିଟିର କନଫ୍ୟୁଶିୟନ ଇନଷ୍ଟିଚ୍ୟୁଟ ପାଖରେ ହୋଇଛି । ବିସ୍ଫୋରଣ ପରେ ଉଦ୍ଧାର ଓ ସୁରକ୍ଷା ଏଜେନ୍ସି ଘଟଣାସ୍ଥଳରେ ପହଂଚିଛନ୍ତି । ଏବେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଏଥିସହିତ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି ।