କୋରାପୁଟ,ଏନ୍ଏନ୍ଏସ୍: ପାରାଲିସିସ୍ ରୋଗରେ ପଡ଼ି ଚିକିତ୍ସିତ ହେଉଥିବା ସୁନାବେଡ଼ା ପୌରପରିଷଦ ସେମିଲିଗୁଡ଼ାର ଏସକେ.ବାସାଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ସୁପାରିସକ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ବାସାଙ୍କୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ଚେକ୍ ପ୍ରଦାନ କରିଛନ୍ତି। ସେହିପରି ଚିକିତ୍ସା ବାବଦରେ ଜୟପୁର ପୌରାଞ୍ଚଳ ବ୍ରହ୍ମାସାହିର ଏମ.ଅମୁଲ ପାତ୍ର ଓ କୋରାପୁଟ ପୌର ପରିଷଦ ଗାନ୍ଧି ନଗରର ଅଶ୍ୱିନୀ ପଟ୍ଟନାୟକଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଯଥାକ୍ରମେ ୮୦ ହଜାର ଏବଂ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଦେବେନ୍ କୁମାର ପ୍ରଧାନ ଉଭୟଙ୍କୁ ଚେକ ପ୍ରଦାନ କରିଛନ୍ତି।