୪ରୁ ଏଫ୍‌ଆଇଏଚ୍ ହକି ୫ଏସ୍‌, ଭାରତୀୟ ମହିଳା ଟିମ୍‌ରେ ୩ ଓଡ଼ିଆ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆସନ୍ତା ୪ରୁ ସ୍ୱିଜରଲାଣ୍ଡ୍‌ର ଲୌସେନ୍‌ଠାରେ ଆରମ୍ଭ ହେବାକୁ ଥିବା ପ୍ରଥମ ଏଫ୍‌ଆଇଏଚ୍ ହକି ୫ଏସ୍ ଟୁର୍ଣ୍ଣାମେଣ୍ଟ୍ ସକାଶେ ଶୁକ୍ରବାର ଏକ ୯ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ଏହି ଦୁଇଦିନିଆ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତର ମୁକାବିଲା ଉରୁଗୁଏ, ପୋଲାଣ୍ଡ୍‌, ସାଉଥ୍ ଆଫ୍ରିକା ଓ ଆୟୋଜକ ସ୍ୱିଜରଲାଣ୍ଡ୍ ସହ ହେବ । ଏହି ଦଳର ଅଧିନାୟିକା ଗୋଲକିପର୍ ରଜନୀ ଏତିମାର୍ପୁ ରହିଥିବା ବେଳେ ମିଡ୍‌ଫିଲ୍‌ଡର୍ ମହିମା ଚୌଧୁରୀ ଉପଅଧିନାୟିକା ରହିଛନ୍ତି ।

ଦଳରେ ୩ ଜଣ ଓଡ଼ିଆ ଖେଳାଳି ସାମିଲ୍ ଥିବା ବେଳେ ସେମାନେ ହେଲେ ଡିଫେଣ୍ଡର୍ ରଶ୍ମିତା ମିଞ୍ଜ୍ ଓ ଅଜମିନା କୁଜୁର ଏବଂ ଫରୱାର୍ଡ ମାରିଆନା କୁଜୁର । ସେହିପରି ମିଡ୍‌ଫିଲଡର୍ ବୈଷ୍ଣବୀ ବିଠଲ୍ ଫାଲ୍‌କେ ଓ ପ୍ରୀତି ଏବଂ ଫରୱାର୍ଡ ମମତାଜ ଖାନ୍ ଓ ରୁତଜା ଦାଦାସୋ ପିସାଲ୍ ଏହି ଦଳରେ ସ୍ଥାନ ପାଇଛନ୍ତି । ଏହାଛଡ଼ା ସୁମନ୍ ଦେବୀ ଥୌଡାମ୍ ଓ ରାଜବିନ୍ଦର କୌର୍‌ଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖାଯାଇଛି ।