ପାଟ୍ରୋଲିଂ ସମୟରେ ୨୧ କେଜି ଗଞ୍ଜେଇ ଜବତ, ଜଣେ ଗିରଫ୍‌

ଆର୍‌.ଉଦୟଗିରି,ଏନ୍ଏନ୍ଏସ୍: ଆଜି ସକାଳ ୯ଟା ସମୟରେ କାନକଟାରୁ ପୋଇପାଣି ରାସ୍ତାରେ ଏସ୍‌ଆଇ ଦୁଷ୍ମନ୍ତ କୁମାର ଅମାନ୍ତା ଓ ଏଏସ୍‌ଆଇ ରାମକୃଷ୍ଣ ପାଣିଗ୍ରାହୀ ସହ ପୁଲିସ ଟିମ୍ ପାଟ୍ରୋଲିଂ କରିବା ସହିତ ଗାଡ଼ି ଯାଞ୍ଚ କରୁଥିଲେ। ଏହି ସମୟରେ ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ବୁଦୁନି ଗ୍ରାମର ଜିଦିମିଆ ମାଝୀଙ୍କ ପୁଅ ବିକାନ୍ତା ମାଝୀ ଓରଫ୍ ବିକ୍ରମ(୩୦) ଗାଡ଼ିରେ ଗଞ୍ଜେଇ ନେଇ ଯାଉଥିବା ବେଳେ ପୁଲିସ ତାକୁ ଧରିଛି। ତା ନିକଟରୁ ୨୧ କେଜି ୩୦୦ ଗ୍ରାମର ଗଞ୍ଜେଇ ଜବତ ହୋଇଛି।

ସୂଚନା ଅନୁସାରେ ସେ ଏକ ଜରି ଅଖାରେ ଗଞ୍ଜେଇ ଭର୍ତ୍ତି କରି ଏକ ୟାମହା ମୋଟର ସାଇକେଲ (ଓଡ଼ି-୦୭ଜେ-୦୪୫୫)ର ପଛରେ ବାନ୍ଧି ନେଉଥିଲା। ଏହି ସମୟରେ କାନକଟାରୁ ପୋଇପାଣି ରାସ୍ତାରେ ପୁଲିସ ଯାଞ୍ଚ କରୁଥିବା ବେଳ ତାକୁ ଧରିଥିଲେ। ଏଥିସହିତ ତା ନିକଟରୁ ଗୋଟିଏ ମୋବାଇଲ ଫୋନ୍ ଜବତ ହୋଇଛି। ଏହି ଘଟଣାରେ ଆର୍‌.ଉଦୟଗିରି ପୁଲିସ କେସ୍ ନଂ-୬୮/୨୦.୦୫.୨୦୨୨ ଧାରା ୨୦(ବି)(୨)(ସି)/୨୫ ଏନ୍‌ଡିପିସି ଆକ୍ଟରେ ମାମଲା ରୁଜୁ କରିଛି। ଏହି ମାମଲାର ତଦନ୍ତ ଭାର ଏସ୍‌ଆଇ ବିକେ ଗୁଣ୍ଠଙ୍କୁ ଦିଆଯାଇଛି। ଏ ସମ୍ପର୍କରେ ଆର୍. ଉଦୟଗିରି ପୁଲିସ ସୂଚନା ଦେଇଛି।