୧୫ ମାସ ପରେ ପାକିସ୍ତାନରେ ପୁଣି ଦେଖାଗଲା ପୋଲିଓ ରୋଗୀ, ଡ଼କାଗଲା ଜରୁରୀକାଳୀନ ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ୧୫ ମାସ ପରେ ପାକିସ୍ତାନରେ ପୁଣି ଦେଖାଗଲା ପୋଲିଓ ଦ୍ୱାରା ଆକ୍ରାନ୍ତ ହୋଇଥିବା ରୋଗୀ। ଜାନୁଆରୀ ୨୦୨୧ ରେ ପାକିସ୍ତାନରେ ଶେଷ ପୋଲିଓ ମାମଲା ରିପୋର୍ଟ ଆସିଥିବା ବେଳେ ପୁଣି ଏହି ମାମଲା ସାମ୍ନାକୁ ଆସିଛି।

ଇସଲାମାବାଦ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନର ଉତ୍ତର ବଜିରିସ୍ତାନରେ ଜଣେ ୧୫ ମାସର ବାଳକରେ ଟାଇପ୍ -୧ ୱାଇଲ୍ଡ ପୋଲିଓ ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।

ତେବେ ଏହି ଘଟଣା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ପୋଲିଓର ହ୍ରାସ ନିମନ୍ତେ ନ୍ୟାସନାଲ ଟାସ୍କ ଫୋର୍ସ ସହିତ ଏକ ଜରୁରୀ ବୌଠକ କରିବେ। ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଟ୍ୱିଟ କରି କହିଛନ୍ତି, “ଦେଶରେ ପୋଲିଓ ରୋଗକୁ ନେଇ ଚିନ୍ତିତ। ପୋଲିଓ ରୋଗର ହ୍ରାସ ଏକ ପ୍ରମୁଖ ସଫଳତା ଯାହା ସ୍ଥାୟୀ ଉଦ୍ୟମ ଦ୍ୱାରା ସମ୍ଭବ ହୋଇପାରିଛି।

ଯେଉଁଥିରେ ବହୁ ପୋଲିଓ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ତେବେ ବର୍ତ୍ତମାନ ଏହି ମାମଲାକୁ ନେଇ ଜାତୀୟ ଟାସ୍କ ଫୋର୍ସ ସହ ଏକ ବୈଠକ ହେବା ନେଇ ସୁଚନା ଦିଆଯାଇଛି।