ଉତ୍ତର ପ୍ରଦେଶରେ ବଢ଼ିଲା ସଂକ୍ରମଣ; ସ୍କୁଲପିଲାଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି

ଲଖନଉ,ଏଜେନ୍ସି: ଉତ୍ତର ପ୍ରଦେଶରେ କରୋନା ଭାଇରସ ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି। ସଂକ୍ରମଣ ବୃଦ୍ଧିକୁ ନେଇ ସରକାର ସ୍କୁଲପିଲାଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏହି ଗାଇଡଲାଇନରେ ସମସ୍ତ ସ୍କୁଲ ପାଇଁ ମାସ୍କ ବାଧ୍ୟତାମୂଳକ କରିଦିଆଯାଇଛି। ଏଥି ସହିତ ସମସ୍ତ ସ୍କୁଲରେ ସଂକ୍ରମଣ ରୋକିବା ପାଇଁ ବୃହତ୍ତ ସ୍ତରରେ ଅଭିଯାନ ଆରମ୍ଭ ହୋଇଯାଇଛି। କୋଭିଡ ସହାୟତ ଡେକ୍ସ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉତ୍ତର ପ୍ରଦେଶ ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ଏବେ ହାତଧୋଇବା ଓ ସାନିଟାଇଜ ପରେ ହିଁ ପିଲାମାନେ ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ କରିପାରିବେ। ଶିକ୍ଷକମାନଙ୍କୁ ମଧ୍ୟ ସରକାରଙ୍କ ଏହି ନିର୍ଦ୍ଦେଶ ପାଳନ କରିବାକୁ ହେବ। ଗୌତମବୁଦ୍ଧନଗର, ଗାଜିଆବାଦ, ମେରଠ, ହାପୁଡ, ବୁଲନ୍ଦସହର, ବାଗପତ ଓ ଲଖନଉର ସ୍କୁଲଗୁଡ଼ିକରେ ଛାତ୍ର, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଦିଆଯାଇଛି।