ଶ୍ରିମକ ସଂଗଠନ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା

ଝାରସୁଗୁଡା,ଏନ୍ଏନ୍ଏସ୍: ଲଖନପୁର ଖଣିକ୍ଷେତ୍ର ଅଧୀନରେ କାର୍ଯ୍ୟ କରୁଥିବା ୪ ଜଣ କର୍ମଚାରୀ ଆଜି ଅବସର ଗ୍ରହଣ କରିଛନ୍ତି। ଆଜି ଅବସର ଗ୍ରହଣ କରିଥିବା ସମସ୍ତ କର୍ମଚାରୀଙ୍କୁ ଲଖନପୁର ଖଣିକ୍ଷେତ୍ରର ପ୍ରୋଜେକ୍ଟ ଅଫିସର ଭିକେ ସିଂ, ଶ୍ରମିକ ସଂଗଠନ ଏବଂ ସାଥି କର୍ମଚାରୀମାନେ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି। ଏହାସହ ଅବସର ଗ୍ରହଣ କରିଥିବା ସମସ୍ତ କର୍ମଚାରୀମାନଙ୍କୁ କମ୍ପାନୀ ପ୍ରତି ସେମାନଙ୍କ ଯୋଗଦାନ ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଲଖନପୁର ଖଣିକ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଫିସ ସୁପରିଟେଣ୍ଡେଣ୍ଟ ଗ୍ରେଡ଼-ଏ ଅଫିସର ପୁରନ୍ଦର ପ୍ରଧାନ, ଦେବାର୍ଚ୍ଚନ ପ୍ରଧାନ, ଇନ୍ଦ୍ରମଣି ମଲ୍ଲିକ, ଆର ରାଜଲୁ ଆଜି ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ପାଇଁ ସରୋଜ ପ୍ରଧାନ, ବୁଲୁ ପାଣିଗ୍ରାହୀ, ସଞ୍ଜୟ ଗିରି, ଡିକେ ସିଂ, ଭୀମ ମହାନ୍ତି, ସୁରେଶ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ।