ମାସ୍କ ନପିନ୍ଧି ତଣ୍ଡ ଗଣିଲେ ଇନସପେକ୍ଟର

  • ପୁରୀ: ପୁରୀ ସିଂହଦ୍ୱାରରେ ବିନା ମାସ୍କରେ ବୁଲିବା ଜଣେ ଇନସପେକ୍ଟରଙ୍କ ପାଇଁ ମହଙ୍ଗା ପଡ଼ିଛି। ଇନସପେକ୍ଟର ଜଣଙ୍କ ସ୍ପେଶାଲ ଡ୍ୟୁଟିରେ ବାହାରୁ ଆସିଛନ୍ତି। ସୋମବାର ରାତିରେ ସେ ବିନା ମାସ୍କରେ ବୁଲୁଥିବା ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଏସପି କେ. ବିଶାଲ ସିଂହ ଏହାର ଛାନଭିନ କରିଥିଲେ। ସମ୍ପୃକ୍ତ ଇନସପେକ୍ଟରଙ୍କଠାରୁ ଜୋରିମାନା ଆଦାୟ କରାଯିବା ସହ ଆଗକୁ ଏଭଳି ନକରିବା ପାଇଁ ଚେତାବନୀ ଦିଆଯାଇଥିବା ମଙ୍ଗଳବାର ରାତିରେ ଅତିରିକ୍ତ ଏସପି ମିହିର ପଣ୍ଡା ସୂଚନା ଦେଇଛନ୍ତି।