କେରମେଲି ସ୍କୁଲରେ ବାର୍ଷିକ ଉତ୍ସବ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେରମେଲିରେ ମହାଆଡ଼ମ୍ବରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ସରୋଜ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ଯୋଗ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ବିଜେପୁର ହାଇସ୍କୁଲ ର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ଦାସ ଏବଂ ସମ୍ମାନୀତ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ଭୋଇ, ଡେଙ୍ଗ ସ୍କୁଲର ପ୍ରଧାନଶିକ୍ଷକ ଚାଣ୍ଡାଲ ମିଶ୍ର, ସ୍କୁଲ ପରିଚାଳନା କମିଟି ସଭାପତି ଯଜ୍ଞଶ୍ୱର ଦାଶ, ସ୍ଥାନୀୟ ସରପଞ୍ଚ ଅଶୋକ ଚନ୍ଦ୍ର ସାହୁ ଓ ଭ୍ରମରବର ସାହୁ ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ରଞ୍ଜିତା ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ପରେ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଯତୀନ୍ଦ୍ର ଦାଶଙ୍କ ପରିଚାଳନାରେ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ସବିତା ଏକ୍କା, ପ୍ରଶାନନ୍ଦ ବାଗ, ରଶ୍ମିତା ନାୟକ, ରିନୁ ସାହୁ, ଗୀତାଞ୍ଜଳି ମହାକୁର, ସୋମ୍ୟ ରଞ୍ଜନ ମହାନ୍ତି, ମିନତୀ ଦାଶ ଓ ଅନୁପମ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।