ଶସ୍ତା ହେଲା ଫାବି ଫ୍ଲୁ

ନୂଆଦିଲ୍ଲୀ: ଗ୍ଲେନମାର୍କ ଫାର୍ମା କମ୍ପାନୀ ପକ୍ଷରୁ ଫାବି ଫ୍ଲୁ ଔଷଧର ମୂଲ୍ୟ ୨୭ ପ୍ରତିଶତ ହ୍ରାସ କରାଯାଇଛି। ପୂର୍ବରୁ ଗୋଟିଏ ଟ୍ୟାବଲେଟର ମୂଲ୍ୟ ୧୦୩ ଥିବାବେଳେ ଏବେ ତାହା ୭୫ ଟଙ୍କା ହୋଇଯାଇଛି। ଏହି ଔଷଧକୁ କରୋନାର ସମାନ୍ୟ କିମ୍ବା ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ଦିଆଯାଇଥାଏ। ଫାବି ଫ୍ଲୁ ଔଷଧଟି କ୍ଲିନିକାଲ ଟ୍ରାଏଲରେ ସଫଳ ହେବା ପରେ ଡିସିଜିଆଇ ଏହାର ଉତ୍ପାଦନ ଓ ବିକ୍ରି ପାଇଁ ଗ୍ଲେନମାର୍କକୁ ସବୁଜ ସଙ୍କେତ ଦେଇଥିଲା।