ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୧୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪କୁ ବୃଦ୍ଧି ପାଇଛି।
ଆଜି ଚିହ୍ନଟ ହୋଇଥିବା ୧୪ଜଣଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦ ଅଞ୍ଚଳର କଣ୍ଟେନମେଣ୍ଟ ଜୋନରୁ ୭ଜଣ ରହିଛନ୍ତି। ବାଲିମେଳା ଏନଏସିର ୩ଜଣଙ୍କ ମଧ୍ୟରୁ ୨ ଜଣ ହଟସ୍ପଟ ଜିଲ୍ଲାରୁ ଆସିଥିବାବେଳେ ଅନ୍ୟଜଣେ ସ୍ଥାନୀୟ ବାସିନ୍ଦା ରହିଥିôବା ଜଣାପଡ଼ିଛି। ସେହପରିି କାଲିମେଳା ବ୍ଲକର ଚିହ୍ନଟ ୨ଜଣ ଦିଲ୍ଲୀ ଫେରନ୍ତା ଓ ଉଭୟ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ରହୁଥିଲେ। ଖଇରପୁଟ ବ୍ଲକର ଆକ୍ରାନ୍ତ ଜଣକ ହଟସ୍ପଟ ଜିଲ୍ଲାରୁ ଫେରିଥିବାବେଳେ କୋରୁକୋଣ୍ଡା ବ୍ଲକର ଆକ୍ରାନ୍ତ ଜଣକ ତାମିଲନାଡ଼ୁ ଫେରନ୍ତା ବୋଲି ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୮୩ଜଣ ଚିକିତ୍ସାଧୀନ ଅଛନ୍ତି।