ଭାରତରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ ଗୁଗୁଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ସହ ଆଲୋଚନା କରିଥିଲେ। ଆଉ ଏହି ଆଲୋଚନା ପରେ ଶ୍ରୀ ପିଚାଇ ‘ଗୁଗୁଲ ଫର ଇଣ୍ଡିଆ ଡିଜିଟାଇଲାଇଜେସନ କୋଷ’ରୁ ୭୫ ହଜାର କୋଟି ଟଙ୍କା ନିବେଶ କରିବାକୁ ନେଇ ଘୋଷଣା କରିଛନ୍ତି।
ସୁନ୍ଦର ପିଚାଇ କହିଛନ୍ତି କି, ଏହି ନିବେଶ ଭାରତର ଡିଜିଟାଲାଇଜେସନର ୪ଟି ପ୍ରମୁଖ କ୍ଷେତ୍ର ଉପରେ କେନ୍ଦ୍ରିତ କରାଯିବ। ଏହାଦ୍ୱାରା ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ତାଙ୍କ ଭାଷାର ସୂଚନା ମିଳିପାରିବ, ଦେଶର ଆବଶ୍ୟକ ମୁତାବକ ନୂଆ ଉତ୍ପାଦ ଓ ସେବାର ନିର୍ମାଣ କରାଯିବ, ବ୍ୟବସାୟୀଙ୍କୁ ଡିଜିଟାଲ ପରିବର୍ତ୍ତନ ଲାଗି ସଶକ୍ତ କରାଯିବ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଭଳି କ୍ଷେତ୍ରରେ କୁତ୍ରିମ ଦକ୍ଷତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯିବ।