ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରି ଦୁଇ ସନ୍ତାନର ଜନକ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଝାଟିପଡା ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ଘରେ କେହି ନଥିବା ବେଳେ ଜୋର ଜବରଦସ୍ତ ଭାବରେ ଗାଧୁଆ ଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଉକ୍ତ ଗ୍ରାମର ମଦନ ଗୋପାଳ ବାରିକ (ଭୁଆ) ୩୫କୁ ପାଟଣା ପୁଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ ଅଭିଯୁକ୍ତ ମଦନ ଗୋପାଳ ବାରିକ ଗତ ଗୁରୁବାର ରାତିରେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲା। ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପାଟଣା ପୁଲିସ ଘଟଣାର ତଦନ୍ତ କରିବା ସହ ଉଭୟଙ୍କ ଡାକ୍ତରୀ ମାଇନା କରାଇଥିଲା। ପରେ ଅଭିଯୁକ୍ତ ମଦନ ଗୋପାଳକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ପାଟଣା ଥାନାରେ ୧୧୭/୨୧ରେ ମାମଲା ରୁଜୁ ହୋଇଛି।