ଜଙ୍ଗଲରେ ନିଆଁ ଲଗାଇ ବାପ-ପୁଅ ଗିରଫ

ବୌଦ୍ଧ,ଏନ୍ଏନ୍ଏସ୍: ବୈଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବନବିଭାଗ ବାପ-ପୁଅଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମାଧପୁର କଲୋନୀ ସାହିର ଆସନ ମାଝୀ ଓ ତାଙ୍କ ପୁଅ ଶ୍ୟାମଘନ ମାଝୀ। ଉଭୟଙ୍କ ଠାରୁ ଗୋଟିଏ ଦିଆସିଲି ଏବଂ ୨ଟି ଟାଙ୍ଗିଆ ଜବତ କରାଯାଇଛି।